🪐 Planetary Transits 2026 (ଗ୍ରହସ୍ଥିତି)

ବୃହସ୍ପତି ବର୍ଷସାରା ଅତି ଶୁଭ। ଶନି ଓ କେତୁ ମଧ୍ୟମଶୁଭ ମାତ୍ର ରାହୁ ଅଶୁଭ।
Planetary Summary: Jupiter is exceptionally auspicious throughout the year. Saturn and Ketu are moderately auspicious, while Rahu is inauspicious.

🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)

ତୁଳା ରାଶିର ବ୍ୟକ୍ତିଙ୍କ ନିମନ୍ତେ ଏ ବର୍ଷରେ ଅତି ଶୁଭଫଳ ଭୋଗ କରିବେ। ସର୍ବାଙ୍ଗୀନ ଉନ୍ନତି ପରିଲକ୍ଷିତ ହେବ। ବିଦ୍ୟାର୍ଥୀମାନେ ସଫଳତା ହାସଲ କରିବେ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ, କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ଅଭିବୃଦ୍ଧି, ଗୃହେ ଶୁଭ ମାଙ୍ଗଲ୍ୟକର୍ମ ସମ୍ପାଦନ, ବ୍ୟବସାୟରେ ଲାଭ, ଅନେକ ସୁବିଧାସୁଯୋଗ ହାସଲ, ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଲାଭ, ଧାର୍ମିକ ଚିନ୍ତାଧାରା ବୃଦ୍ଧି, ସମାଜରେ ପ୍ରତିଷ୍ଠାଲାଭ, ସମ୍ମାନଲାଭ, ସୁସ୍ୱାସ୍ଥ୍ୟ, ନିଜ ଲୋକଙ୍କ ସହିତ ଭଲ ସମ୍ପର୍କ, କର୍ମେ ସଫଳତା, ଆଶାନୁରୂପକ ଫଳପ୍ରାପ୍ତି, ବିଦ୍ୟାରେ ସଫଳତା, ଚାକିରୀ କ୍ଷେତ୍ରରେ ପଦୋନ୍ନତି ଆଦି ଅତି ଶୁଭଫଳ ଭୋଗ କରିବେ। କୌଣସି ଧର୍ମସ୍ଥଳୀ କିମ୍ବା ଦର୍ଶନୀୟସ୍ଥାନ ଭ୍ରମଣଯୋଗ ରହିଅଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। କର୍ମନିଯୁକ୍ତି ପ୍ରାପ୍ତି, ଉତ୍ତମ ଆୟ ଆଦି ଶୁଭଫଳ ମଧ୍ୟ ଭୋଗ କରିବେ। ପରିବାରରେ ସ୍ନେହଶ୍ରଦ୍ଧା ବଜାୟ ରହିବ। ମହିଳାମାନେ କର୍ତ୍ତବ୍ୟପରାୟଣା ହେବେ। ବର୍ଷର ପ୍ରଥମ ୫ ମାସ ଅତି ଶୁଭଫଳ ଭୋଗ କଲେମଧ୍ୟ, ପରବର୍ତ୍ତୀ ୪ ମାସ ୭୦% ଶୁଭଫଳ ଭୋଗ କରିବେ। ନଭେମ୍ବର ଓ ଡିସେମ୍ବର ମାସରେ ପୁନଶ୍ଚ ଅଧିକାଂଶ ଶୁଭଫଳ ଭୋଗ କରିବେ। ପୁଣ୍ୟଭୂମି ଲାଭଯୋଗ ରହିଅଛି।
English Analysis: Tula rashi enjoys one of the best astrological years. Benefic Jupiter governs the year, generating career promotions, pilgrimage journeys, commercial profitability, real estate purchases, and academic success. Only minor Rahu-induced distractions occur.

🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)

ସ୍ୱାସ୍ଥ୍ୟ ବିବରଣୀ: ବର୍ଷସାରା ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିରତା ଉପଭୋଗ କରିବେ। ଦୀର୍ଘ ଦିନର ପୁରୁଣା ରୋଗରୁ ମୁକ୍ତି ମିଳିବ। ତଥାପି ରାହୁଙ୍କ ପ୍ରଭାବରୁ ବେଳେବେଳେ ଖାଦ୍ୟ ବିଷକ୍ରିୟା କିମ୍ବା ତ୍ୱଚା ରୋଗ ହୋଇପାରେ, ତେଣୁ ବାହାର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ।
Health Outlook: Year-round vitality and sound mental health prevail. Chronic ailments recede. Guard moderately against sporadic food intolerances or minor skin rashes induced by Rahu.

💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)

କର୍ମକ୍ଷେତ୍ର ଓ ବ୍ୟବସାୟ: କର୍ମକ୍ଷେତ୍ରରେ ପଦୋନ୍ନତି, ନୂତନ ବେତନ ବୃଦ୍ଧି ଏବଂ ସମ୍ମାନ ଲାଭର ଯୋଗ ରହିଛି। ବ୍ୟବସାୟରେ ଆଖିଦୃଶିଆ ଅଭିବୃଦ୍ଧି ଘଟିବ ଓ ନୂତନ ସମ୍ପତ୍ତି କ୍ରୟ କରିପାରିବେ। ଆଇନ, ନ୍ୟାୟପାଳିକା, ଡିଜାଇନ୍ ଓ ବାଣିଜ୍ୟରେ ଥିବା ବ୍ୟକ୍ତି ସର୍ବାଧିକ ଉନ୍ନତି କରିବେ।
Career & Commercial Analysis: Anticipate accelerated promotions, financial bonuses, and professional prestige. Commercial enterprises expand profitably, opening paths to acquire immovable assets. Legal, artistic, and retail operations flourish.

❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)

ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ମଧୁର ଓ ସୁଖମୟ ହେବ। ଅବିବାହିତଙ୍କ ପାଇଁ ଯୋଗ୍ୟ ପାତ୍ର/ପାତ୍ରୀ ମିଳିବ। ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ସୁଯୋଗ ସୃଷ୍ଟି ହେବ। ଜୀବନସାଥୀଙ୍କ ସହିତ ତୀର୍ଥ କିମ୍ବା ମନୋରମ ସ୍ଥାନକୁ ଭ୍ରମଣ ଯୋଗ ରହିଅଛି।
Relationship & Matrimonial Outlook: Matrimonial bliss and domestic peace are assured. Suitable life partners are found for eligible singles. Domestic celebrations and romantic getaways reinforce deep family bonding.
Advertisement

🪔 Astrological Remedies & Worship (ପ୍ରତିକାର)

🌿 ପ୍ରତିକାର ବିଧି: ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବ ମନ୍ଦିରରେ ବିଧିପୂର୍ବକ ପୂଜାର୍ଚ୍ଚନା କରଣୀୟ। ପ୍ରତିଦିନ ହନୁମାନ ଚାଳିଶା ପାଠ ସହିତ ମା’ ସମଲେଶ୍ୱରୀ/ମା’ ତାରିଣୀଙ୍କ ବିଧିପୂର୍ବକ ପୂଜାର୍ଚ୍ଚନା କରଣୀୟ। ଗୀତାପାଠ ଓ ରାମଚରିତମାନସ ପାଠ ମଧ୍ୟ କରଣୀୟ।
Prescribed Remedy: Perform Shiva Puja on Mondays and Sankrantis. Recite Hanuman Chalisa daily and pray to Goddess Samaleswari or Tarini. Reading Srimad Bhagavad Gita or Ramacharitmanas brings peace.