🪐 Planetary Transits 2026 (ଗ୍ରହସ୍ଥିତି)
ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଅଶୁଭ, ପରବର୍ତ୍ତୀ ୪ ମାସ ମଧ୍ୟମ ଶୁଭ ଓ ତା’ପରେ ଅତି ଶୁଭ। ପାପଗ୍ରହ ଶନି, ରାହୁ ଓ କେତୁ ଅତି ଅଶୁଭ।
Planetary Summary: Jupiter is unfavorable for the first 5 months, moderately benefic for the next 4 months, and highly auspicious at the end of the year. Malefic Saturn, Rahu, and Ketu are highly unfavorable throughout.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷସାରା ଅନେକ ଉତ୍ଥାନ ପତନ ଲାଗି ରହିବ। ସମସ୍ୟାବହୁଳ ହେବ। ଶାରୀରିକ ଅସୁସ୍ଥତା ବର୍ଷସାରା ଲାଗି ରହିବ। ବର୍ଷର ପ୍ରଥମାର୍ଦ୍ଧଟି ଅଧିକାଂଶ ଅଶୁଭଫଳ ଭୋଗ କଲେମଧ୍ୟ ବର୍ଷର ଶେଷାର୍ଦ୍ଧରେ ଅନେକ ଶୁଭଫଳ ଦେଖାଦେବ। ବହୁ ପରିଶ୍ରମେ ସ୍ୱଳ୍ପଲାଭଯୋଗ ରହିଅଛି। ପାପଗ୍ରହ ଶନି, ରାହୁ ଓ କେତୁଙ୍କ କୁ-ପ୍ରଭାବ ବର୍ଷସାରା ଲାଗି ରହିବ। ଫଳରେ ପାରିବାରିକ ଚିନ୍ତାବୃଦ୍ଧି, ସନ୍ତାନବର୍ଗ ଅଶୁଭଫଳ, ବ୍ୟୟବୃଦ୍ଧି, ଅସୁଖୀ ବିବାଦୀୟ ପରିବେଶ ସୃଷ୍ଟି, ନିଜ ଲୋକଙ୍କ ସହିତ ମନାନ୍ତର, ମତାନ୍ତର ଓ ଭୁଲ୍ ବୁଝାମଣା, ଶିକ୍ଷା କ୍ଷେତ୍ରରେ ଅବନତି, ଆଶାନୁରୂପକ ଫଳ ନ ପାଇବା, ଶୁଭ କାମରେ ବାଧାବିଘ୍ନ ଓ ବିଳମ୍ବିତ ପ୍ରକ୍ରିୟା, ଚାକିରୀ କ୍ଷେତ୍ରରେ ସଂଘର୍ଷ, ଭ୍ରମଣଜନିତ ପୀଡ଼ା, ଆଘାତଜନିତ ପୀଡ଼ା, ବ୍ୟବସାୟରେ କ୍ଷୟକ୍ଷତି ଆଦି ଅତି ଅଶୁଭଫଳ ଭୋଗ କରିବେ। ମହିଳାମାନେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟଟି ଅତିବାହିତ କରିବେ। ଚାକିରୀ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ। କୌଣସି କାମ ପୂର୍ବରୁ କିମ୍ବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବି-ଚିନ୍ତି, ବୁଝି-ବିଚାରି ଗୁରୁଜନଙ୍କ ପରାମର୍ଶ ନେଇ ସମୟ ସାପେକ୍ଷ ହୋଇ କାର୍ଯ୍ୟ କଲେ ସମସ୍ୟାକୁ କିଛି ପରିମାଣରେ ଏଡ଼ାଇଦେଇ ପାରିବେ। ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ରହିବା ଆବଶ୍ୟକ। ଅନ୍ୟଥା ଭ୍ରମଣ ନ କଲେ ଭଲ।
English Analysis: Karkata rashi natives will experience substantial tests in health and professional stability due to triple afflictions from Saturn, Rahu, and Ketu. The first half demands caution against hasty investments and family friction. However, late in the year, spiritual relief and successful domestic milestones manifest.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ଶନି ଓ ରାହୁଙ୍କ ପ୍ରଭାବରୁ ଛାତିରେ କଫ, ଥଣ୍ଡା, ପେଟ ରୋଗ ଓ ଆଣ୍ଠୁଗଣ୍ଠି ବାତଜନିତ ପୀଡ଼ା ଦେଖାଦେଇପାରେ। ମାତୃସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଜଳାଶୟ ଓ ଉଚ୍ଚ ସ୍ଥାନ ଭ୍ରମଣ ବେଳେ ସାବଧାନତା ଜରୁରୀ। ବର୍ଷର ଶେଷ ଭାଗରେ ବୃହସ୍ପତିଙ୍କ କୃପାରୁ ଶାରୀରିକ ସ୍ଥିତିରେ ଉନ୍ନତି ଆସିବ।
Health Outlook: Watch for respiratory congestion, joint aches, and digestive sluggishness. Pay attention to maternal health. Avoid risky water sports and dangerous high-altitude treks. Physical vitality rebounds strongly toward the final months under Jupiter.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: ଚାକିରି କ୍ଷେତ୍ରରେ କର୍ମଚାପ ବୃଦ୍ଧି ପାଇବ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତଭେଦର ଆଶଙ୍କା ରହିଛି। ବ୍ୟବସାୟରେ ବଡ଼ ଧରଣର ନୂଆ ପୁଞ୍ଜି ବିନିଯୋଗରୁ ବିରତ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ଓ ଲୌହ-ତୈଳ ବ୍ୟବସାୟରେ ସାମାନ୍ୟ ଲାଭ ମିଳିପାରେ। ବର୍ଷର ଶେଷ ୨ ମାସରେ ସ୍ଥିରତା ଓ ସଫଳତା ପ୍ରାପ୍ତ ହେବ।
Career & Commercial Analysis: Workplace stress and friction with administrative heads require tactful handling. Defer speculative commercial ventures and capital expenditure. Modest gains come from staple commodities, fuel, and spiritual services. Solid occupational ground is reclaimed in late autumn.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ଭାବପ୍ରବଣତା ବୃଦ୍ଧି ହେତୁ ସମ୍ପର୍କରେ ମାନସିକ କ୍ଳେଶ ଉପୁଜିପାରେ। ପାରିବାରିକ ନିଷ୍ପତ୍ତି ନେବାବେଳେ ଜୀବନସାଥୀଙ୍କ ମତାମତକୁ ଗୁରୁତ୍ୱ ଦିଅନ୍ତୁ। ସନ୍ତାନମାନଙ୍କ ଆଚରଣ ଚିନ୍ତାର କାରଣ ହୋଇପାରେ। ବର୍ଷର ଶେଷାର୍ଦ୍ଧରେ ବିବାହ ପ୍ରସ୍ତାବ ସଫଳ ହେବ ଓ ପରିବାରରେ ଶାନ୍ତି ଫେରିବ।
Relationship & Matrimonial Outlook: Heightened emotional sensitivity can create domestic friction; take your partner into confidence before major domestic decisions. Parenting requires compassionate guidance. Matrimonial discussions find breakthroughs in late months.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ହନୁମାନ ଚାଳିଶା ପାଠ, ଶନି ଚାଳିଶା ପାଠ ଓ ସାଞ୍ଜ ଶନିବାର ଦିନ ଶନିଶ୍ଚର ମେଳା କରଣୀୟ। ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବ ମନ୍ଦିରରେ ୧୦୮ ଗୋଟି ବେଲପତ୍ର "ଓଁ ନମଃ ଶିବାୟ" ମନ୍ତ୍ରରେ ଅଭିମନ୍ତ୍ରିତ କରି ଜଳାଭିଷେକ କିମ୍ବା କ୍ଷୀରାଭିଷେକ କରଣୀୟ।
Prescribed Remedy: Chant Hanuman Chalisa and Shani Chalisa regularly. Observe Shani Mela on Saturdays. Perform Shiva Abhisheka with 108 Bel leaves energized with "Om Namah Shivaya" on Mondays and Sankrantis.