🪐 Planetary Transits 2026 (ଗ୍ରହସ୍ଥିତି)
ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଶୁଭ। ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୁଭ ଏବଂ ପରବର୍ତ୍ତୀ ୨ ମାସ ମଧ୍ୟମ ଶୁଭ। ପାପଗ୍ରହ ଶନି, ରାହୁ ଓ କେତୁ ଅତି ଅଶୁଭ ଫଳ ପ୍ରଦାନ କରିବେ।
Planetary Summary: Jupiter is favorable for the first 5 months, inauspicious from June to October, and moderately favorable for the remaining 2 months. Saturn, Rahu, and Ketu remain unfavorable throughout.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
ସିଂହରାଶି ଜାତବ୍ୟକ୍ତିଙ୍କ ନିମନ୍ତେ ପ୍ରଥମ ୫ ମାସ ବୃହସ୍ପତି ଶୁଭ ସ୍ଥିତିରେ ଥିବାରୁ ପାପଗ୍ରହ ଶନି, ରାହୁ ଓ କେତୁଙ୍କ କୁ-ପ୍ରଭାବ ସତ୍ତ୍ୱେ କିଛି ନା କିଛି ଉନ୍ନତି ପରିଲକ୍ଷିତ ହେବ। ସନ୍ତାନ ଚିନ୍ତା ଦେଖାଦେଲେମଧ୍ୟ ଉତ୍ତମ ସନ୍ତାନ ସୌଖ୍ୟ ଲାଭ କରିବେ। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ସତ୍ତ୍ୱେ ପାରିବାରିକ ସୁଖସମୃଦ୍ଧି ଦେଖାଦେବ। ଆୟ ବେଶ୍ ଭଲ ରହିଲେମଧ୍ୟ ବ୍ୟୟର ଚାପ ବେଳେ ବେଳେ ମାତ୍ରାଧିକ ହେବ। ବିବାହାଦି ଶୁଭ ମାଙ୍ଗଲ୍ୟକର୍ମ ନିମନ୍ତେ ସମୟଟି ବେଶ୍ ଅନୁକୂଳ ରହିଅଛି। ବ୍ୟବସାୟ କ୍ଷେତ୍ରରେ ସତର୍କ ରହିଲେ ଅସୁବିଧା ଦେଖାଦେବ ନାହିଁ। ଚାକିରୀ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରିବେ। ଗୃହିଣୀମାନେ ଘରର ଗୁରୁଦାୟିତ୍ୱ ତୁଲାଇବେ। ମାତ୍ର ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅତି ଅଶୁଭଫଳ ଭୋଗ କରିବେ। ନାନାପ୍ରକାର ସମସ୍ୟା ଓ ପ୍ରତିକୂଳ ପରିସ୍ଥିତି ଦେଖାଦେବ। ଅସୁସ୍ଥତା ଲାଗି ରହିବ। ମାନସିକ ଚାପ ବୃଦ୍ଧିପାଇବ। ବ୍ୟୟବୃଦ୍ଧି, କର୍ମେ ସମସ୍ୟା, ସ୍ଥାନାନ୍ତରୀତ ଯୋଗ, ଶିକ୍ଷାକ୍ଷେତ୍ରରେ ଅବହେଳା ଓ ଅଧୋଗତି, ଶୁଭ କାମରେ ବାଧାବିଘ୍ନ, ନିଜ ଲୋକଙ୍କ ସହିତ ମନାନ୍ତର, ମତାନ୍ତର ଓ ଭୁଲ୍ ବୁଝାମଣା ଆଦି ଅତି ଅଶୁଭଫଳ ଭୋଗ କରିବେ। ଅବଶିଷ୍ଟ ଶେଷ ୨ ମାସ ସାଧାରଣ ଜୀବନଚର୍ଯ୍ୟା ବଜାୟ ରହିବ। ମାତ୍ର କିଛି ନା କିଛି ସମସ୍ୟା ମଧ୍ୟ ଲାଗି ରହିବ।
English Analysis: Singha rashi natives encounter mixed fortune. The initial 5 months provide leadership authority, career gains, and family prosperity. Mid-year brings health exhaustion and unexpected expenditures, while year-end restores equilibrium.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ହୃଦ୍ରୋଗ, ପିତ୍ତ ଦୋଷ ଏବଂ ନିମ୍ନ ଭାଗର ଅସ୍ଥିଜନିତ ସମସ୍ୟା ପ୍ରତି ସଜାଗ ରହିବା ଉଚିତ। ଜୁନ୍ରୁ ଅକ୍ଟୋବର ମଧ୍ୟରେ କାର୍ଯ୍ୟକ୍ଷେତ୍ରର ଚାପ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ନିୟମିତ ସୂର୍ଯ୍ୟ ନମସ୍କାର, ପର୍ଯ୍ୟାପ୍ତ ଜଳପାନ ଏବଂ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ ଆରୋଗ୍ୟ ରଖିବ।
Health Outlook: Keep cardiac health, bile balance, and spinal posture in check. Chronic work pressure during mid-year may sap your reserves. Regular Surya Namaskara, hydration, and a clean diet preserve vitality.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: ପ୍ରଥମ ୫ ମାସ ପ୍ରଶାସନିକ, ସରକାରୀ ଓ ରାଜନୈତିକ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର। ନୂତନ କର୍ମନିଯୁକ୍ତି ମିଳିବ। ମଧ୍ୟଭାଗରେ ସ୍ଥାନାନ୍ତରଣ କିମ୍ବା ବ୍ୟବସାୟିକ କାରବାରରେ ମାନ୍ଦାବସ୍ଥା ଦେଖାଦେଇପାରେ। ଆୟ ଅନୁସାରେ ବ୍ୟୟ ନିୟନ୍ତ୍ରଣ କରନ୍ତୁ ଏବଂ ବେଆଇନ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।
Career & Commercial Analysis: The first 5 months favor executives, government professionals, and enterprise leaders. Fresh job appointments are indicated. Mid-year brings sudden transfers or supply delays. Keep expenditures aligned with revenues and maintain strict regulatory compliance.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ପ୍ରଥମାର୍ଦ୍ଧରେ ବିବାହ ଓ ମାଙ୍ଗଳିକ କର୍ମ ସମ୍ପନ୍ନ ହେବ। ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ପାଇବ। କିନ୍ତୁ ବର୍ଷର ମଧ୍ୟଭାଗରେ ଅହଂକାର କିମ୍ବା କ୍ରୋଧ ଯୋଗୁଁ ଜୀବନସାଥୀଙ୍କ ସହ ତିକ୍ତତା ଆସିପାରେ। ଧୈର୍ଯ୍ୟ ରଖି କଥାବାର୍ତ୍ତା କଲେ ସମ୍ପର୍କରେ ପୁନର୍ବାର ମଧୁରତା ଭରିଯିବ।
Relationship & Matrimonial Outlook: Matrimonial celebrations and domestic cheer highlight the opening months. During the mid-year phase, ego flare-ups can strain spousal goodwill. Open, compassionate dialogue restores domestic joy.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ମା’ ତାରିଣୀ କିମ୍ବା ମା’ ସମଲେଶ୍ୱରୀଙ୍କ ଠାରେ ପ୍ରତି ସଂକ୍ରାନ୍ତି ଦିନ ପୂଜାର୍ଚ୍ଚନା କରଣୀୟ। ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବ ମନ୍ଦିରରେ ୧୦୮ ଗୋଟି ବେଲପତ୍ର "ଓଁ ନମଃ ଶିବାୟ" ମନ୍ତ୍ରରେ ଅଭିମନ୍ତ୍ରିତ କରି କ୍ଷୀରାଭିଷେକ କରଣୀୟ।
Prescribed Remedy: Offer prayers at Goddess Tarini or Samaleswari shrines on Sankrantis. Perform milk abhisheka with 108 Bel leaves energized with "Om Namah Shivaya" on Mondays and Sankrantis.