🪐 Planetary Transits 2026 (ଗ୍ରହସ୍ଥିତି)

ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଶୁଭାଶୁଭ ମିଶ୍ରିତଫଳ ଦେଲେମଧ୍ୟ, ପରବର୍ତ୍ତୀ ୪ ମାସ ଅତି ଶୁଭଫଳ ଏବଂ ଶେଷ ୨ ମାସ ଅଶୁଭଫଳ ପ୍ରଦାନ କରିବେ। ଶନି ବର୍ଷସାରା ଶୁଭ ହେଲେମଧ୍ୟ, ରାହୁ ଓ କେତୁ ଅତି ଅଶୁଭଫଳ ପ୍ରଦାନ କରିବେ।
Planetary Summary: Jupiter yields mixed results for the first 5 months, highly favorable results for the next 4 months, and inauspicious results in the final 2 months. Saturn is auspicious all year, but Rahu and Ketu are highly unfavorable.

🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)

ମକର ରାଶିର ବ୍ୟକ୍ତିଙ୍କ ନିମନ୍ତେ ଏ ବର୍ଷର ମଧ୍ୟଭାଗଟି ଶୁଭଫଳପ୍ରଦ ହେଲେମଧ୍ୟ ପ୍ରଥମ ୫ ମାସ ଏବଂ ଶେଷ ୨ ମାସ ସମସ୍ୟାବହୁଳ ହେବ। ବର୍ଷ ଆରମ୍ଭରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କିଛି ନା କିଛି ଛୋଟ ଛୋଟ ସମସ୍ୟା ବା ଅପ୍ରୀତିକର ପରିସ୍ଥିତି ଦେଖାଦେଲେମଧ୍ୟ ସର୍ବାଙ୍ଗୀନ ଉନ୍ନତି ଓ ସୌଭାଗ୍ୟବୃଦ୍ଧି ପରିଲକ୍ଷିତ ହେବ। ଜୁନ୍ ମାସରୁ ଅକ୍ଟୋବର ମାସ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି, କର୍ମକ୍ଷେତ୍ରରେ ଉନ୍ନତି, ଉତ୍ତମ ପାରିବାରିକ ସୌଖ୍ୟ ଲାଭ, ବ୍ୟବସାୟରେ ଲାଭ, ଶିକ୍ଷା କ୍ଷେତ୍ରରେ ସଫଳତା, ବହୁଦିନର ଆଶାପୂରଣ ଆଦି ଶୁଭଫଳ ଦେଖାଦେଲେମଧ୍ୟ, ରାହୁ ଓ କେତୁଙ୍କ କୁ-ପ୍ରଭାବ ହେତୁ ବେଳେ ବେଳେ ଆୟ ତୁଳନାରେ ବ୍ୟୟର ଚାପ ମାତ୍ରାଧିକ ହେବା ଫଳରେ ଅର୍ଥଚିନ୍ତା ଦେଖାଦେବ। ବ୍ୟବସାୟରେ ସତର୍କ ନ ରହିଲେ ସମସ୍ୟା ବୃଦ୍ଧିପାଇବ। ବିବାହାଦି ଶୁଭ କାର୍ଯ୍ୟରେ ବିଳମ୍ବିତ ପ୍ରକ୍ରିୟା ଦେଖାଦେବ। ମାତ୍ର ବୃହସ୍ପତି ଶୁଭସ୍ଥିତିରେ ଥିବାରୁ ସାଧାରଣ ଜୀବନଚର୍ଯ୍ୟା ବଜାୟ ରହିବା ସହିତ ୭୫% ଶୁଭଫଳ ଭୋଗ କରିବେ। ବର୍ଷର ଶେଷ ୨ ମାସ ଅଧିକ ଅଶୁଭ ହୋଇଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ମହିଳାମାନେ କର୍ତ୍ତବ୍ୟପରାୟଣା ହେବେ। ଶିକ୍ଷାକ୍ଷେତ୍ରରେ ଅଧିକ ପରିଶ୍ରମ ଓ ଏକାଗ୍ରତାର ଆବଶ୍ୟକତା ରହିଅଛି। ଚାକିରୀ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ ଅଟେ।
English Analysis: Makara rashi benefits from Saturn’s favorable anchor throughout the year. The mid-year phase brings outstanding career expansion and asset consolidation under Jupiter. Beware of Rahu-Ketu expenses in the final two months.

🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)

ସ୍ୱାସ୍ଥ୍ୟ ବିବରଣୀ: ଶନିଙ୍କ ଶୁଭତ୍ୱରୁ ବଡ଼ ଧରଣର ରୋଗ ହେବ ନାହିଁ। କିନ୍ତୁ ରାହୁ ଓ କେତୁଙ୍କ ପ୍ରଭାବରୁ ବେଳେବେଳେ ଚର୍ମ ରୋଗ, ପାଦ ଯନ୍ତ୍ରଣା ଏବଂ ଅପଚ ସମସ୍ୟା ଦେଖାଦେଇପାରେ। ସମୟ ଅନୁସାରେ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ସକାଳେ ଯୋଗାଭ୍ୟାସ ଜାରି ରଖନ୍ତୁ।
Health Outlook: Benefic Saturn shields against major ailments. However, Rahu and Ketu can manifest sporadic skin sensitivities, foot fatigue, and indigestion. Maintain regular meal schedules and light morning yoga.

💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)

କର୍ମକ୍ଷେତ୍ର ଓ ବ୍ୟବସାୟ: ଜୁନ୍‌ରୁ ଅକ୍ଟୋବର ମାସ ମଧ୍ୟରେ କର୍ମକ୍ଷେତ୍ରରେ ବଡ଼ ସଫଳତା, ପଦୋନ୍ନତି ଏବଂ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ସ୍ଥାବର ସମ୍ପତ୍ତି କିଣିବାର ସୁଯୋଗ ଆସିବ। କିନ୍ତୁ ଅର୍ଥ ଋଣ ଦେବା କିମ୍ବା ନେବା ବେଳେ ସତର୍କ ରୁହନ୍ତୁ। ଶେଷ ଦୁଇ ମାସରେ ଚାକିରିରେ ସାମାନ୍ୟ ଚାପ ରହିବ।
Career & Commercial Analysis: Exceptional career achievements, promotions, and enterprise profits materialize between June and October. Opportunities to acquire real estate emerge. Avoid lending without collateral. Keep calm during year-end managerial shifts.

❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)

ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ପାରିବାରିକ ସମ୍ପର୍କରେ ସ୍ଥିରତା ଓ ସୁଖଶାନ୍ତି ରହିବ। ଅବିବାହିତଙ୍କ ନିମନ୍ତେ ମଧ୍ୟଭାଗରେ ବିବାହ ଯୋଗ ସୃଷ୍ଟି ହେବ। ପତି-ପତ୍ନୀଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଉତ୍ତମ ରହିବ। ସନ୍ତାନଙ୍କ ସଫଳତା ପରିବାରରେ ଆନନ୍ଦ ଆଣିଦେବ।
Relationship & Matrimonial Outlook: Family relations remain grounded and tranquil. Singles encounter promising matrimonial prospects during the summer and monsoon months. Spousal camaraderie is high, and children bring academic pride.
Advertisement

🪔 Astrological Remedies & Worship (ପ୍ରତିକାର)

🌿 ପ୍ରତିକାର ବିଧି: ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବ ମନ୍ଦିରରେ ୧୦୮ ଗୋଟି ବେଲପତ୍ର "ଓଁ ନମଃ ଶିବାୟ" ମନ୍ତ୍ରରେ ଅଭିମନ୍ତ୍ରିତ କରି ଜଳାଭିଷେକ କିମ୍ବା କ୍ଷୀରାଭିଷେକ କରଣୀୟ।
Prescribed Remedy: Offer 108 Bel leaves energized with "Om Namah Shivaya" while performing water or milk abhisheka at a Shiva shrine every Monday and on Sankranti.