🪐 Planetary Transits 2026 (ଗ୍ରହସ୍ଥିତି)
ବର୍ଷର ପ୍ରଥମ ୫ ମାସ ବୃହସ୍ପତି ଅତି ଶୁଭ, ଜୁନ୍ ଠାରୁ ଅକ୍ଟୋବର ମାସ ମଧ୍ୟମ ଶୁଭ ଏବଂ ତା’ପରେ ଅଶୁଭ। ଶନି ଓ ରାହୁ ବର୍ଷସାରା ଶୁଭ। କେତୁ ଅଶୁଭ।
Planetary Summary: Jupiter is exceptionally benefic for the first 5 months, moderately auspicious from June to October, and inauspicious thereafter. Saturn and Rahu remain auspicious throughout the year, while Ketu is unfavorable.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
ବୃଷ ରାଶିର ବ୍ୟକ୍ତିମାନେ ଏ ବର୍ଷର ପ୍ରଥମ ୫ ମାସ ଅତି ଶୁଭଫଳ ଏବଂ ପରବର୍ତ୍ତୀ ମାସଗୁଡ଼ିକରେ ଶୁଭାଶୁଭ ମିଶ୍ରିତଫଳ ଭୋଗ କରିବେ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ, ଶିକ୍ଷା କ୍ଷେତ୍ରରେ ସଫଳତା, ଆର୍ଥିକ ଅଭିବୃଦ୍ଧି, କର୍ମକ୍ଷେତ୍ରରେ ଉନ୍ନତି, ପଦୋନ୍ନତି, ବ୍ୟବସାୟରେ ଲାଭ, ବିବାହାଦି ଶୁଭ ମାଙ୍ଗଲ୍ୟକର୍ମ ନିମନ୍ତେ ଲଗ୍ନ ପ୍ରଶସ୍ତ, ସନ୍ତାନବର୍ଗ ସୁଖପ୍ରଦ, ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଲାଭ, ବହୁଦିନର ଆଶାପୂରଣ, ଆଧ୍ୟାତ୍ମିକ ଚିନ୍ତାଧାରା ବୃଦ୍ଧି, ସମ୍ମାନ ଲାଭ, ସୁଖ ସମୃଦ୍ଧି ପ୍ରାପ୍ତି, ଗୃହେ ଶୁଭ ମାଙ୍ଗଲ୍ୟକର୍ମ ସମ୍ପାଦନ, ନୂତନ ସୁଯୋଗ ସୃଷ୍ଟି ଆଦି ଶୁଭଫଳ ଭୋଗ କରିବେ। ବର୍ଷର ଶେଷ ୨ ମାସ ଶୁଭର ପରିମାଣ କମ୍ ରହିବ। କିଛି କିଛି ମାନସିକ ଚାପବୃଦ୍ଧି, କର୍ମେ ସମସ୍ୟା, ଶୁଭ କାମରେ ବାଧାବିଘ୍ନ, ଆର୍ଥିକ କ୍ଷୟକ୍ଷତି, ବ୍ୟବସାୟରେ ଅବନତି, ନିଜ ଲୋକଙ୍କ ସହିତ ମନାନ୍ତର, ମତାନ୍ତର ଓ ଭୁଲ୍ ବୁଝାମଣା, ସନ୍ତାନ ଚିନ୍ତା, ଦେହପୀଡ଼ା ଆଦି କିଛି ନା କିଛି ଅଶୁଭଫଳ ଲାଗି ରହିବ। ମାତ୍ର ସାଧାରଣ ଜୀବନଚର୍ଯ୍ୟାରେ ବିଶେଷ ପ୍ରଭାବ ଦେଖାଦେବ ନାହିଁ। ମହିଳାମାନେ ନିଜର କାର୍ଯ୍ୟଦକ୍ଷତା ସମ୍ପାଦନ କରିବେ। ବିଦ୍ୟାର୍ଥୀମାନେ ସମସ୍ୟା ଓ ବାଧାବିଘ୍ନ ସତ୍ତ୍ୱେ ସଫଳତା ହାସଲ କରିବେ। ବ୍ୟବସାୟୀମାନେ ବର୍ଷର ଶେଷ ୨ ମାସ ସତର୍କ ରହିଲେ ଆର୍ଥିକ କ୍ଷୟକ୍ଷତିକୁ ଏଡ଼ାଇ ଦେଇ ପାରିବେ।
English Analysis: Brusha rashi natives enjoy exceptional fortune in the first 5 months. Auspicious developments include real estate acquisitions, promotion, business profitability, and matrimonial alliances. Minor friction arises in the last 2 months.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ବର୍ଷର ପ୍ରଥମାର୍ଦ୍ଧରେ ଉତ୍ତମ ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ବଜାୟ ରହିବ। ପୁରୁଣା ରୋଗରୁ ଉପଶମ ମିଳିବ। କିନ୍ତୁ ବର୍ଷର ଶେଷ ଭାଗରେ ଗଳା, କଫ, ଥଣ୍ଡା ଏବଂ ଚକ୍ଷୁଜନିତ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ସୁଷମ ଆହାର ଓ ସକାଳ ଭ୍ରମଣ ଅଭ୍ୟାସ ରଖନ୍ତୁ।
Health Outlook: The first half brings robust vitality and recovery from chronic ailments. Toward the end of the year, watch for respiratory infections, throat sensitivities, and eye fatigue. Consistent morning walks and dietary discipline preserve equilibrium.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: ପ୍ରଥମ ୫ ମାସ ମଧ୍ୟରେ କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ପଦୋନ୍ନତି, ନୂତନ ଦାୟିତ୍ୱ ଓ ବେତନ ବୃଦ୍ଧିର ଯୋଗ ରହିଛି। ବ୍ୟବସାୟରେ ନୂତନ ପୁଞ୍ଜି ନିବେଶ ଲାଭଦାୟକ ପ୍ରମାଣିତ ହେବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ସଫଳତା ପାଇବେ। ଶେଷ ଦୁଇ ମାସରେ ବଡ଼ ଆର୍ଥିକ ରିସ୍କ ନିଅନ୍ତୁ ନାହିଁ।
Career & Commercial Analysis: The initial 5 months provide promotion prospects, salary increments, and commercial windfalls. New business expansions flourish under Jupiter’s benefic gaze. Candidates appearing for competitive exams achieve breakthroughs. Minimize speculative financial risks in the final two months.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ଅବିବାହିତ ଯୁବକ-ଯୁବତୀଙ୍କ ନିମନ୍ତେ ଶୁଭ ବିବାହର ପ୍ରସ୍ତାବ ସ୍ଥିରୀକୃତ ହେବ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ, ସ୍ନେହ ଓ ପରସ୍ପର ପ୍ରତି ସମ୍ମାନ ବୃଦ୍ଧି ପାଇବ। ପରିବାରରେ ନୂତନ ଶିଶୁର ଆଗମନ ଯୋଗୁଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇପାରେ। ବର୍ଷ ଶେଷରେ ସମ୍ପର୍କୀୟଙ୍କ ସହ ବାଦବିବାଦ ଏଡ଼ାଇ ଚାଲନ୍ତୁ।
Relationship & Matrimonial Outlook: Singles will find excellent matrimonial alliances confirmed during the first five months. Marital couples enjoy mutual affection and domestic harmony. Celebrations surrounding a newborn or child milestone are indicated. Exercise diplomacy during family gatherings late in the year.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବ ମନ୍ଦିରରେ ୧୦୮ ଗୋଟି ବେଲପତ୍ର "ଓଁ ନମଃ ଶିବାୟ" ମନ୍ତ୍ରରେ ଅଭିମନ୍ତ୍ରିତ କରି ଜଳାଭିଷେକ କିମ୍ବା କ୍ଷୀରାଭିଷେକ କରଣୀୟ।
Prescribed Remedy: Every Monday and on Sankranti days, offer 108 Bel leaves energized with "Om Namah Shivaya" while performing water or milk abhisheka at a Shiva temple.