🪐 Planetary Transits 2026 (ଗ୍ରହସ୍ଥିତି)
ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଶୁଭ ଏବଂ ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୁଭ। ନଭେମ୍ବର ଓ ଡିସେମ୍ବର ଅତି ଶୁଭ। ଶନି ବର୍ଷସାରା ଅଶୁଭ ହେଲେମଧ୍ୟ, ରାହୁ ଓ କେତୁ ମଧ୍ୟମଶୁଭ।
Planetary Summary: Jupiter is auspicious for the first 5 months, inauspicious from June to October, and highly auspicious during November and December. Saturn remains inauspicious, while Rahu and Ketu are moderately auspicious.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
ଧନୁ ରାଶିର ବ୍ୟକ୍ତିଙ୍କ ନିମନ୍ତେ ବର୍ଷର ପ୍ରଥମ ୫ ମାସ ଓ ଶେଷ ୨ ମାସ କିଛି ନା କିଛି ଶୁଭଫଳଦାୟକ ହେଲେମଧ୍ୟ, ମଧ୍ୟଭାଗଟି ସମସ୍ୟାବହୁଳ ହେବ। ଶନିଙ୍କ କୁ-ପ୍ରଭାବ ବର୍ଷସାରା ରହୁଥିବାରୁ ନାନାପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖାଦେବ। ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଓ ଶେଷ ୨ ମାସ ଶୁଭ ସ୍ଥିତିରେ ଥିବାରୁ ସମସ୍ୟା ସତ୍ତ୍ୱେ ସଫଳତା ହାସଲ, ବିଳମ୍ବେ କାର୍ଯ୍ୟସିଦ୍ଧିଯୋଗ, ଆୟ ବେଶ୍ ଭଲ ରହିଲେମଧ୍ୟ ବ୍ୟୟର ଚାପ ମାତ୍ରାଧିକ, ଛୋଟ ଛୋଟ ରୋଗବେମାରୀ ବା ଅସୁସ୍ଥତା ଲାଗି ରହିଲେମଧ୍ୟ, ସୁସ୍ୱାସ୍ଥ୍ୟ ବଜାୟ ରହିବ। ମହିଳାମାନେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ କରିବେ। କୁସଙ୍ଗଦୋଷ, ସମୟର ଅପବ୍ୟବହାର, ଶିକ୍ଷା କ୍ଷେତ୍ରରେ ଅଧୋଗତି ଆଦି ବିଦ୍ୟାର୍ଥୀମାନଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେମଧ୍ୟ, କିଛି ନା କିଛି ଉନ୍ନତି ପରିଲକ୍ଷିତ ହେବ। ମନଟି ସର୍ବଦା ଭାରାକ୍ରାନ୍ତ ରହିବ। ବହୁପରିଶ୍ରମେ ସ୍ୱଳ୍ପଲାଭଯୋଗ ରହିଅଛି। ମାତ୍ର ବର୍ଷର ମଧ୍ୟଭାଗଟି ଅତି ଅଶୁଭଫଳ ପ୍ରଦାନ କରିବେ। ଶାରୀରିକ ଓ ମାନସିକ ପୀଡ଼ା ଭୋଗ କରିବେ। ସୁଖହାନୀ, କୌଣସି ମାଲିମକଦ୍ଦମାଦ୍ୱାରା କ୍ଷୟକ୍ଷତି, ସମ୍ମାନହାନୀ, ନିଜଲୋକଙ୍କ ସହିତ ମନାନ୍ତର, ମତାନ୍ତର ଓ ଭୁଲ୍ ବୁଝାମଣା, ପାରିବାରିକ ସମସ୍ୟା ଓ ସନ୍ତାନଚିନ୍ତା ଲାଗି ରହିବ। ବ୍ୟବସାୟ କ୍ଷେତ୍ରରେ କ୍ଷୟକ୍ଷତି ଦେଖାଦେବ। ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରୀତଯୋଗ ରହିଅଛି।
English Analysis: Dhanu rashi natives experience solid gains in early months and toward year-end. The mid-year period brings tests due to Saturn transit, causing mental strain, legal headaches, and delayed recognition. Maintain financial prudence.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ଶନିଙ୍କ କୁ-ପ୍ରଭାବ ଯୋଗୁଁ ଗୋଡ଼, ଅଣ୍ଟା, ଆଣ୍ଠୁଗଣ୍ଠି ଓ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇପାରେ। ମଧ୍ୟଭାଗରେ ଅତ୍ୟଧିକ ଚିନ୍ତା ଯୋଗୁଁ ରକ୍ତଚାପ ଓ ଅନିଦ୍ରା ହୋଇପାରେ। ନିୟମିତ ବ୍ୟାୟାମ, ସୁଷମ ଆହାର ଓ ବିଶ୍ରାମ ଉପରେ ଧ୍ୟାନ ଦିଅନ୍ତୁ। ଶେଷ ଦୁଇ ମାସରେ ସ୍ୱାସ୍ଥ୍ୟ ଭଲ ରହିବ।
Health Outlook: Saturn’s aspect can trigger back strain, knee joint inflammation, and sciatic aches. Mental stress mid-year can interfere with rest. Moderate physical therapy, balanced nutrition, and adequate sleep restore vitality late in the year.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: ପ୍ରଥମ ୫ ମାସ ଓ ଶେଷ ୨ ମାସରେ ନୂତନ ଚାକିରି, ପଦୋନ୍ନତି ଓ ବ୍ୟବସାୟିକ ଲାଭ ମିଳିବ। ମଧ୍ୟଭାଗରେ ଅଫିସ୍ରେ କାର୍ଯ୍ୟଭାର ବଢ଼ିବ ଏବଂ ଅପ୍ରତ୍ୟାଶିତ ସ୍ଥାନାନ୍ତରଣ ହୋଇପାରେ। ବ୍ୟବସାୟରେ କାହା ଉପରେ ଅନ୍ଧବିଶ୍ୱାସ ନ କରି ନିଜେ ତଦାରଖ କରନ୍ତୁ।
Career & Commercial Analysis: Lucrative openings and business earnings arrive in the opening 5 months and the final quarter. Mid-year demands endurance amid heavy workloads and possible transfers. Exercise direct oversight over firm accounts.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ପାରିବାରିକ କ୍ଷେତ୍ରରେ ସନ୍ତାନମାନଙ୍କ ଭବିଷ୍ୟତକୁ ନେଇ କିଛି ଚିନ୍ତା ଉପୁଜିପାରେ। ଜୁନ୍ରୁ ଅକ୍ଟୋବର ମଧ୍ୟରେ କୌଣସି ଛୋଟ ବିଷୟକୁ ନେଇ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ। ନଭେମ୍ବର ଓ ଡିସେମ୍ବରରେ ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ।
Relationship & Matrimonial Outlook: Family deliberations will center on children’s academic progress. Spousal differences may arise mid-year over expenditures; cultivate mutual empathy. Year-end months bring joyous domestic functions and harmony.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ପ୍ରତିଦିନ ହନୁମାନ ଚାଳିଶା ପାଠ ଓ ପ୍ରତି ଶନିବାର ଦିନ ଶନି ମନ୍ଦିରରେ ବିଧିପୂର୍ବକ ପୂଜାର୍ଚ୍ଚନା ଓ ଦୀପପ୍ରଜ୍ଜ୍ୱଳନ କରଣୀୟ।
Prescribed Remedy: Recite Hanuman Chalisa daily. Visit a Shani temple every Saturday and light mustard/sesame oil lamps for divine protection.