🪐 Planetary Transits 2026 (ଗ୍ରହସ୍ଥିତି)
ବର୍ଷର ପ୍ରଥମ ୫ ମାସ ଏବଂ ଶେଷ ୨ ମାସ ମଧ୍ୟମଶୁଭ ଏବଂ ଜୁନ୍ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଶୁଭ। ଶନି ଓ କେତୁ ବର୍ଷସାରା ଶୁଭ। ରାହୁ ଅତି ଅଶୁଭ।
Planetary Summary: Jupiter is moderately auspicious for the first 5 months and final 2 months, turning fully favorable between June and October. Saturn and Ketu remain favorable all year, while Rahu is highly malefic.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏ ବର୍ଷର ମଧ୍ୟଭାଗଟି ଅଧିକ ଶୁଭଫଳ ପ୍ରଦାନ କରିବେ। ପାପଗ୍ରହ ରାହୁଙ୍କ କୁ-ପ୍ରଭାବ ହେତୁ କର୍ମକ୍ଷେତ୍ରରେ ସଂଘର୍ଷ କରିବାକୁ ପଡ଼ିପାରେ। ନାନାପ୍ରକାର ସମସ୍ୟା ଓ ବାଧାବିଘ୍ନ ସୃଷ୍ଟି ହୋଇପାରେ। ମାତ୍ର ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ଓ ସୁଖ ସମୃଦ୍ଧି ପରିଲକ୍ଷିତ ହେବ। କିଛି ନା କିଛି ପାରିବାରିକ ସମସ୍ୟା ଦେଖାଦେଲେ ମଧ୍ୟ, ଉତ୍ତମ ପାରିବାରିକ ସୌଖ୍ୟ ଲାଭ କରିବେ। ସନ୍ତାନବର୍ଗ ମଧ୍ୟ ବେଳେ ବେଳେ ଚିନ୍ତିତ ରହିପାରନ୍ତି। ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉତ୍ଥାନ ପତନ ଦେଖାଦେବ। ଆୟ ବେଶ୍ ଭଲ ରହିଲେ ମଧ୍ୟ, ବ୍ୟୟର ଚାପ ମାତ୍ରାଧିକ ହେବ। କର୍ମକ୍ଷେତ୍ରରେ ବିଳମ୍ବେ କାର୍ଯ୍ୟସିଦ୍ଧି ଯୋଗ ରହିଅଛି। ବିବାହାଦି ଶୁଭ ମାଙ୍ଗଲ୍ୟକର୍ମ ନିମନ୍ତେ ବର୍ଷର ପ୍ରଥମ ଭାଗଟି ଅନୁକୂଳ ରହିବ। ମହିଳାମାନେ କର୍ମତତ୍ପରତା ରହିବେ। ବ୍ୟବସାୟୀମାନେ ସତର୍କତା ସହିତ ଆର୍ଥିକ କାରବାର କଲେ ଅସୁବିଧାକୁ କିଛି ପରିମାଣରେ ଏଡ଼ାଇଦେଇ ପାରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଅଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ନିମନ୍ତେ ଅଧିକ ପରିଶ୍ରମ ଓ ଏକାଗ୍ରତାର ସହିତ ଅଧ୍ୟୟନ କରିବା ନିତ୍ୟାନ୍ତ ଆବଶ୍ୟକ।
English Analysis: For Mithuna rashi, the middle segment of the year (June to October) yields the peak rewards of professional advancement and family harmony. While Rahu triggers workplace friction and increased spending, Saturn and Ketu safeguard long-term assets and job security.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ରାହୁଙ୍କ ଅଶୁଭତ୍ୱ ହେତୁ ମାନସିକ ଅସ୍ଥିରତା, ଅନିଦ୍ରା ଏବଂ ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ। ଅତ୍ୟଧିକ ଚିନ୍ତାରୁ ମୁକ୍ତ ରହିବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ। ଜୁନ୍ରୁ ଅକ୍ଟୋବର ମଧ୍ୟରେ ସ୍ୱାସ୍ଥ୍ୟ ସ୍ଥିର ରହିବ। ପାକସ୍ଥଳୀ ଓ ଚର୍ମଜନିତ ସମସ୍ୟା ପ୍ରତି ସଚେତନ ରୁହନ୍ତୁ।
Health Outlook: Malefic Rahu can induce restlessness, sleep disturbances, and nervous tension. Daily pranayama and meditation are advised. From June through October, overall vitality stabilizes. Guard against dietary allergies and skin irritations.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: କର୍ମକ୍ଷେତ୍ରରେ ଶତ୍ରୁମାନଙ୍କ ଚକ୍ରାନ୍ତ ସତ୍ତ୍ୱେ ଜୁନ୍ ପରେ ନିଜ ଦକ୍ଷତାର ପ୍ରମାଣ ଦେବେ। ବ୍ୟବସାୟରେ ସହଭାଗୀଙ୍କ ସହ ସ୍ପଷ୍ଟ ଆଲୋଚନା ରଖନ୍ତୁ। ଲେଖାଲେଖି, ସୂଚନା ପ୍ରଯୁକ୍ତିବିଦ୍ୟା, ବ୍ୟାଙ୍କିଙ୍ଗ୍ ଓ ବାଣିଜ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ସଫଳତା ପାଇବେ। ବିଦେଶ ଯାତ୍ରାର ସୁଯୋଗ ମିଳିପାରେ।
Career & Commercial Analysis: Office rivalries may surface early on, but your communication skills prevail from June onward. Transparency with commercial partners is vital. Professionals in IT, media, accounting, and logistics experience excellent upward mobility. Opportunities for overseas travel emerge.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ପ୍ରେମ ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ହେତୁ ସନ୍ଦେହ ସୃଷ୍ଟି ହୋଇପାରେ, ତେଣୁ ନିଜ ସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ମଧ୍ୟଭାଗଟି ଅତ୍ୟନ୍ତ ଆନନ୍ଦଦାୟକ ରହିବ ଏବଂ ତୀର୍ଥାଟନ କିମ୍ବା ଭ୍ରମଣର ଯୋଗ ରହିଛି। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ।
Relationship & Matrimonial Outlook: Guard romantic bonds against outside interference and baseless misunderstandings. Marital life turns deeply supportive during the mid-year phase, with joint travel and pilgrimages indicated. Auspicious ceremonies bring extended family together.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ପ୍ରତି ମଙ୍ଗଳବାର ଦିନ ମା’ ମଙ୍ଗଳା/ମା’ ତାରିଣୀ/ମା’ ତାରାତାରିଣୀ/ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ଓ ଓଷାବ୍ରତ କରଣୀୟ। ପ୍ରାତଃକାଳେ ସୂର୍ଯ୍ୟନମସ୍କାର କରିବା ସହିତ ତୁଳସୀ ଚଉରାମୂଳେ ଜଳ ଅର୍ପଣ କରଣୀୟ।
Prescribed Remedy: Perform puja to Goddess Mangala, Tarini, or Samaleswari on Tuesdays. Offer water at the Tulasi Chaura and perform morning Surya Namaskara daily.