🪐 Planetary Transits 2026 (ଗ୍ରହସ୍ଥିତି)

ବୃହସ୍ପତି ବର୍ଷର ୫ ମାସ ଅଶୁଭ ହେଲେମଧ୍ୟ, ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅତିଶୁଭ ଏବଂ ବର୍ଷର ଶେଷ ୨ ମାସ ମଧ୍ୟମଶୁଭ। ପାପଗ୍ରହ ଶନି ଓ ରାହୁ ଅତି ଅଶୁଭଫଳ ଦେଲେମଧ୍ୟ କେତୁ ମଧ୍ୟମଶୁଭଫଳ ପ୍ରଦାନ କରିବେ।
Planetary Summary: Jupiter is unfavorable for the first 5 months, highly favorable from June to October, and moderately favorable for the final 2 months. Saturn and Rahu are inauspicious, while Ketu is moderately auspicious.

🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)

ମୀନ ରାଶିର ବ୍ୟକ୍ତିଙ୍କ ନିମନ୍ତେ ବର୍ଷର ପ୍ରଥମ ୫ ମାସ ଅତି ଅଶୁଭଫଳ ଭୋଗ କରିବେ। ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବୃହସ୍ପତି ଶୁଭ ସ୍ଥିତିରେ ଥିବାରୁ ପାପଗ୍ରହ ରାହୁ ଓ ଶନିଙ୍କ କୁ-ପ୍ରଭାବ କମ୍ ପରିମାଣରେ ଅନୁଭୂତ ହେବ। ତଥାପି ଶନି ମୀନ ରାଶିରେ ଚଳନ କରୁଥିବାରୁ ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ରହିବା ଆବଶ୍ୟକ। ନଚେତ୍ ସ୍ୱାସ୍ଥ୍ୟଗତ ସମସ୍ୟା ଗୁରୁତର ହୋଇପାରେ। ନଭେମ୍ବର ଓ ଡିସେମ୍ବର ମାସରେ ବୃହସ୍ପତି ଷଷ୍ଠ ସ୍ଥାନରେ ଅବସ୍ଥାନ କରିଥିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହୋଇପାରେ। ପାରିବାରିକ ସୌଖ୍ୟ ଲାଭ କଲେମଧ୍ୟ, ଗୃହର ସମସ୍ତ ସଦସ୍ୟଙ୍କ ସହିତ ବେଳେ ବେଳେ ମନାନ୍ତର, ମତାନ୍ତର ଓ ଭୁଲ୍ ବୁଝାମଣା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି, ସ୍ଥାନାନ୍ତରୀତ ଯୋଗ, ଆୟ ତୁଳନାରେ ବ୍ୟୟର ଚାପ ମାତ୍ରାଧିକ, ସନ୍ତାନ ବର୍ଗ ଅଶୁଭଫଳ, ବିବାହାଦି ଶୁଭକର୍ମ ନିମନ୍ତେ ସମସ୍ୟା ଓ ବିଳମ୍ବିତ ପ୍ରକ୍ରିୟା ଆଦି ଅଶୁଭଫଳ ଦେଖାଦେବ। ବିଦ୍ୟାକ୍ଷେତ୍ରରେ ଅଧୋଗତି ପରିଲକ୍ଷିତ ହେବ। ଅର୍ଥ ଦେଣନେଣକାରବାରରେ ସତର୍କ ନ ରହିଲେ ଆର୍ଥିକ କ୍ଷୟକ୍ଷତି ଦେଖାଦେବ। ସାଂସାରିକ ଜୀବନରେ ଅନେକ ଖଟା-ମିଠା, କଟୁ-ତିକ୍ତ ଅନୁଭବ କରିବେ। ବ୍ୟବସାୟରେ ମାନ୍ଦାଭାବ ଦେଖାଦେବ। ମହିଳାମାନେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟଟି ଅତିବାହିତ କରିବେ।
English Analysis: Meena rashi natives face health vulnerability and high expenditures in early months due to Saturn entering their sign. However, mid-year onward, benefic Jupiter shields professional reputation and brings spiritual solace.

🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)

ସ୍ୱାସ୍ଥ୍ୟ ବିବରଣୀ: ଶନିଙ୍କ ଚଳନ ହେତୁ ପାଦ, ଆଖି, ପେଟ ଏବଂ ରକ୍ତଚାପ ଜନିତ ସମସ୍ୟା ଦେଖାଦେଇପାରେ। ପ୍ରଥମ ୫ ମାସ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ଆରୋଗ୍ୟ ଓ ଉର୍ଜ୍ଜା ଫେରିପାଇବେ। ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକ ସାଧନା କରନ୍ତୁ।
Health Outlook: Saturn’s presence prompts vigilance regarding foot injuries, eye fatigue, blood pressure, and sluggish digestion. Do not ignore minor symptoms early in the year. Full vitality and recuperation manifest from June through October.

💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)

କର୍ମକ୍ଷେତ୍ର ଓ ବ୍ୟବସାୟ: ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ଅଧିକ ସଂଘର୍ଷ କରିବାକୁ ପଡ଼ିବ ଏବଂ ଅପ୍ରତ୍ୟାଶିତ ସ୍ଥାନାନ୍ତରଣ ହୋଇପାରେ। ଜୁନ୍ ପରେ ବୃହସ୍ପତିଙ୍କ କୃପାରୁ ଚାକିରିରେ ଉନ୍ନତି ଓ ନୂତନ ଚୁକ୍ତି ସମ୍ପାଦନ ହେବ। ବ୍ୟବସାୟରେ ବଡ଼ ବିନିଯୋଗ ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
Career & Commercial Analysis: The first half demands resilience against workplace friction and uninvited transfers. Benefic Jupiter from June onward clears obstacles, ushering in promotion and profitable contracts. Exercise strict scrutiny before deploying capital in business.

❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)

ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ପାରିବାରିକ ସଦସ୍ୟଙ୍କ ସହ ଭୁଲ ବୁଝାମଣା ହୋଇପାରେ, ତେଣୁ ନିଜ ବାଣୀ ଉପରେ ସଂଯମ ରକ୍ଷା କରନ୍ତୁ। ପ୍ରେମ ସମ୍ପର୍କରେ ଧୈର୍ଯ୍ୟ ରଖିବା ଉଚିତ। ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟ ଓ ବିବାହ ସ୍ଥିର ହେବାର ସୁଯୋଗ ରହିଛି।
Relationship & Matrimonial Outlook: Diplomatic speech avoids needless domestic misunderstandings. Romantic relationships demand patience early on. Between June and October, family harmony flourishes, paving the way for auspicious weddings and joyful gatherings.
Advertisement

🪔 Astrological Remedies & Worship (ପ୍ରତିକାର)

🌿 ପ୍ରତିକାର ବିଧି: ପ୍ରତି ସୋମବାର/ସଂକ୍ରାନ୍ତି ଦିନ ଶିବ ମନ୍ଦିରରେ ବିଧିପୂର୍ବକ ପୂଜାର୍ଚ୍ଚନା କରଣୀୟ। ପ୍ରତିଦିନ ହନୁମାନ ଚାଳିଶା ପାଠ ଓ ପ୍ରତି ଶନିବାର ଦିନ ଶନି ମନ୍ଦିରରେ ବିଧିପୂର୍ବକ ପୂଜାର୍ଚ୍ଚନା ଓ ଦୀପପ୍ରଜ୍ଜ୍ୱଳନ କରଣୀୟ।
Prescribed Remedy: Perform Shiva Puja on Mondays and Sankrantis. Recite Hanuman Chalisa daily and light mustard/sesame oil lamps at a Shani temple every Saturday.