🪐 Planetary Transits 2026 (ଗ୍ରହସ୍ଥିତି)
ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଓ ଶେଷ ୨ ମାସ ଅତିଶୁଭ। ଅବଶିଷ୍ଟ ମାସ ସାମାନ୍ୟ ଅଶୁଭ। ଶନି, ରାହୁ ଓ କେତୁ ବର୍ଷସାରା ଅତି ଅଶୁଭଫଳ ପ୍ରଦାନ କରିବେ।
Planetary Summary: Jupiter is highly auspicious for the first 5 months and final 2 months, turning slightly unfavorable mid-year. Saturn, Rahu, and Ketu are highly unfavorable throughout.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
କୁମ୍ଭ ରାଶିର ବ୍ୟକ୍ତିଙ୍କ ନିମନ୍ତେ ବର୍ଷସାରା ପାପଗ୍ରହ ଶନି, ରାହୁ ଓ କେତୁଙ୍କ କୁ-ପ୍ରଭାବ ଅଧିକ ପରିମାଣରେ ଦେଖାଦେବ। ଶାରୀରିକ ଓ ମାନସିକ ପୀଡ଼ା ଭୋଗ କରିବେ। ଆର୍ଥିକ କ୍ଷୟକ୍ଷତି, ଦେହପୀଡ଼ା, ସନ୍ତାନଚିନ୍ତା, କର୍ମକ୍ଷେତ୍ରରେ ସମସ୍ୟା, ପାରିବାରିକ ଚିନ୍ତାବୃଦ୍ଧି, କୌଣସି ମାଲିମକଦ୍ଦମାଦ୍ୱାରା କ୍ଷୟକ୍ଷତି, ବ୍ୟବସାୟ କ୍ଷେତ୍ରରେ ଅନେକ ଉତ୍ଥାନ ପତନ, ଶିକ୍ଷା କ୍ଷେତ୍ରରେ ଅସଫଳତା, ଆଶାନୁରୂପକ ମାର୍କ ନ ରହିବା ଆଦି ଅଶୁଭଫଳ ଭୋଗ କରିବେ। ଗ୍ରହମାନଙ୍କ ଅଶୁଭସ୍ଥିତି ଫଳରେ ସମୟଟି ସମସ୍ୟାବହୁଳ ହେବ। ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଏବଂ ଶେଷ ୨ ମାସ ଅତି ଶୁଭ ସ୍ଥିତିରେ ଥିବାରୁ ସବୁ ଅଶୁଭଫଳ କମ୍ ପରିମାଣରେ ଭୋଗ କରିବେ। ମାତ୍ର ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ବୃହସ୍ପତିଙ୍କ ଶୁଭଫଳ ଆଦୌ ପରିଲକ୍ଷିତ ହେବ ନାହିଁ। ବରଂ ଏହି ସମୟରେ ନାନାପ୍ରକାର ଅପ୍ରୀତିକର ପରିସ୍ଥିତି ଦେଖାଦେବ। ବୃହସ୍ପତି ଶୁଭ ଥିବା ଅବସ୍ଥାରେ ଆୟ ବେଶ୍ ଭଲ ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଗୁରୁତର ହେବନାହିଁ। କର୍ମକ୍ଷେତ୍ରରେ ଉନ୍ନତି, ଶିକ୍ଷାକ୍ଷେତ୍ରରେ ସଫଳତା ଆଦି ଶୁଭଫଳ ମଧ୍ୟ ଭୋଗ କରିବେ। ମହିଳାମାନେ ସନ୍ତାନ ନିମନ୍ତେ ସର୍ବଦା ବ୍ୟସ୍ତ ରହିବେ। ସ୍ୱାମୀଚିନ୍ତା ଲାଗି ରହିବ। ବ୍ୟବସାୟରେ ହାତେମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରିବା ଉଚିତ୍।
English Analysis: Kumbha rashi navigates ongoing Sade Sati alongside Rahu-Ketu challenges. The initial 5 months and final 2 months bring strong relief through Jupiter, shielding family peace and financial stability. Keep business expansions measured.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ସାଢ଼େସାତୀ ପ୍ରଭାବରୁ ମାନସିକ ଅବସାଦ, ଆଣ୍ଠୁଗଣ୍ଠି ବାତ, ପାଦ ଯନ୍ତ୍ରଣା ଏବଂ ନିଦ୍ରାହୀନତା ଦେଖାଦେଇପାରେ। ଅତ୍ୟଧିକ ଚିନ୍ତା ନ କରି ଆଧ୍ୟାତ୍ମିକ କାର୍ଯ୍ୟରେ ମନ ନିବେଶ କରନ୍ତୁ। ପ୍ରଥମ ୫ ମାସ ଓ ଶେଷ ୨ ମାସ ସ୍ୱାସ୍ଥ୍ୟ ସ୍ଥିର ରହିବ। ମଧ୍ୟଭାଗରେ ସତର୍କତା ଆବଶ୍ୟକ।
Health Outlook: Sade Sati can manifest nervous fatigue, joint stiffness, and insomnia. Channeling energy into disciplined mindfulness and spiritual routines alleviates stress. Health stabilizes during the early 5 months and late 2 months.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଅନୁସାରେ ଫଳ ବିଳମ୍ବରେ ମିଳିବ। ତଥାପି ବୃହସ୍ପତିଙ୍କ ଶୁଭତ୍ୱରୁ ଆର୍ଥିକ ସଙ୍କଟ ଆସିବ ନାହିଁ। ନୂତନ ଚାକିରି ପାଇଁ ପ୍ରଥମ ୫ ମାସ ଅନୁକୂଳ। ବ୍ୟବସାୟରେ ବିନା ଚିନ୍ତା ବିଚାରରେ ବଡ଼ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ।
Career & Commercial Analysis: Professional recognition arrives steadily through patient persistence. Benefic Jupiter prevents liquidity crunches. The opening 5 months are prime for job interviews and role transitions. Defer large unsecured outlays in enterprise.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ପାରିବାରିକ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ମତାନ୍ତର ହୋଇପାରେ, ତେଣୁ ଧୈର୍ଯ୍ୟ ରଖନ୍ତୁ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟ କିମ୍ବା ପାଠପଢ଼ାକୁ ନେଇ ବ୍ୟସ୍ତତା ରହିବ। ବର୍ଷର ଶେଷ ଭାଗରେ ପରିବାରରେ ଶାନ୍ତି ଏବଂ ପ୍ରେମ ସମ୍ପର୍କରେ ନିବିଡ଼ତା ଆସିବ।
Relationship & Matrimonial Outlook: Patience is essential to manage domestic sensitivities between partners. Extra attention will be needed for children’s health and exam schedules. Toward the final months, harmony returns and romantic understanding deepens.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ପ୍ରତିଦିନ ହନୁମାନ ଚାଳିଶା ପାଠ ଓ ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବଙ୍କ ପୂଜାର୍ଚ୍ଚନା ନିଷ୍ଠାପରଭାବେ ବିଧିପୂର୍ବକ କରଣୀୟ। ଏହା ସହିତ ବିଷ୍ଣୁ ସହସ୍ରନାମ ପାଠ, ଶନିଶ୍ଚର ମେଳା, ପ୍ରତିଦିନ ଶନିଙ୍କ ବୀଜମନ୍ତ୍ର ଯଥା- "ଓଁ ଶଂ ଶନୈଶ୍ଚରାୟ ନମଃ" ଜପ କରଣୀୟ।
Prescribed Remedy: Recite Hanuman Chalisa daily. Perform Shiva Puja on Mondays and Sankrantis. Attend Shani Mela and chant Shani Beeja Mantra: "Om Sham Shanaishcharaya Namaha".