🪐 Planetary Transits 2026 (ଗ୍ରହସ୍ଥିତି)
ବୃହସ୍ପତି ପ୍ରଥମ ୫ ମାସ ପୂଜାପୂର୍ବକ ଶୁଭ। ଜୁନ୍ ମାସ ଠାରୁ ଅକ୍ଟୋବର ଶୁଭ ଏବଂ ବର୍ଷର ଶେଷ ୨ ମାସ ଅଶୁଭ। ଶନି ଓ କେତୁ ଅଶୁଭ ମାତ୍ର ରାହୁ ଶୁଭ।
Planetary Summary: Jupiter is benefic for the first 5 months with devotional sevas, highly benefic from June to October, and inauspicious for the final 2 months. Saturn and Ketu are inauspicious, while Rahu is benefic.
🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)
କନ୍ୟାରାଶିର ବ୍ୟକ୍ତିଙ୍କ ନିମନ୍ତେ ବର୍ଷସାରା ଶନି ଓ କେତୁଙ୍କ କୁ-ପ୍ରଭାବ ଲାଗି ରହିଲେ ମଧ୍ୟ ବର୍ଷର ପ୍ରଥମାର୍ଦ୍ଧରେ ବୃହସ୍ପତି ଶୁଭତ୍ୱରୁ ସବୁକ୍ଷେତ୍ରରେ କିଛି ନା କିଛି ସମସ୍ୟା ସତ୍ତ୍ୱେ ସାଧାରଣ ଜୀବନଚର୍ଯ୍ୟା ବଜାୟ ରହିବ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଦେଖାଦେବ। ସନ୍ତାନ ଚିନ୍ତା ବେଳେ ବେଳେ ଗୁରୁତର ହୋଇପାରେ। ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଅଧିକ ପରିଶ୍ରମ ଓ ଏକାଗ୍ରତାର ସହିତ ଅଧ୍ୟୟନ କଲେ ସଫଳତା ହାସଲ କରିବେ। ଚାକିରୀ କ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେମଧ୍ୟ କିଛି ନା କିଛି ସମସ୍ୟା ଲାଗି ରହିବ। ଆୟ ବେଶ୍ ଭଲ ରହିଲେମଧ୍ୟ, ବ୍ୟୟବୃଦ୍ଧି ହେତୁ ଅର୍ଥଚିନ୍ତା ଦେଖାଦେବ। ବିବାହାଦି ଶୁଭ ମାଙ୍ଗଲ୍ୟକର୍ମ ସମ୍ପାଦନ ନିମନ୍ତେ ବର୍ଷର ପ୍ରଥମ ଭାଗଟି ବେଶ୍ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ନୂତନ ସୁଯୋଗ ପ୍ରାପ୍ତି ହେଲେମଧ୍ୟ, ଭାବିଚିନ୍ତି ବୁଝି ବିଚାରି ପଦକ୍ଷେପ ନେଲେ ସମସ୍ୟାକୁ ଏଡ଼ାଇ ଦେଇ ପାରିବେ। ବର୍ଷସାରା କିଛି ନା କିଛି ଶାରୀରିକ ଅସୁସ୍ଥତା ଲାଗି ରହିବ। ବର୍ଷର ଶେଷ ୨ ମାସ ସମସ୍ତ କ୍ଷେତ୍ରରେ ଅତି ଅଶୁଭଫଳ ଭୋଗ କରିବେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ହୋଇପାରେ। ତେଣୁ ସବୁକ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ। ମହିଳାମାନେ ନିଜ କାମରେ ପ୍ରଶଂସା ଲାଭ କରିବେ।
English Analysis: Kanya rashi natives experience positive academic growth and commercial expansion mid-year under benefic Jupiter and Rahu. Guard against unexpected joint expenditures and health ailments caused by Saturn-Ketu transit in late months.
🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)
ସ୍ୱାସ୍ଥ୍ୟ ବିବରଣୀ: ପେଟର ରୋଗ, ଯକୃତ (ଲିଭର୍) ସମସ୍ୟା ଓ ଶାରୀରିକ କ୍ଳାନ୍ତି ଲାଗିରହିପାରେ। ଋତୁ ପରିବର୍ତ୍ତନ ସମୟରେ ଖାଦ୍ୟପେୟ ଉପରେ ସଂଯମ ରକ୍ଷା କରନ୍ତୁ। ବର୍ଷର ଶେଷ ଦୁଇ ମାସରେ ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଥିବାରୁ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ଶ୍ରେୟସ୍କର।
Health Outlook: Digestive sluggishness, liver inflammation, and fatigue demand disciplined dietary choices, especially during seasonal shifts. The final two months warrant clinical check-ups for recurring ailments.
💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)
କର୍ମକ୍ଷେତ୍ର ଓ ବ୍ୟବସାୟ: ଜୁନ୍ରୁ ଅକ୍ଟୋବର ମଧ୍ୟରେ କର୍ମକ୍ଷେତ୍ରରେ ଉତ୍ତମ ସୁଯୋଗ ମିଳିବ। ସହକର୍ମୀଙ୍କ ସହଯୋଗ କାର୍ଯ୍ୟକୁ ସହଜ କରିବ। ହିସାବ, ଅଡିଟ୍, ଆଇନ ଓ ବୈଷୟିକ ବୃତ୍ତିରେ ଥିବା ବ୍ୟକ୍ତି ଲାଭବାନ ହେବେ। ବ୍ୟବସାୟରେ ଅନ୍ଧ ଭାବରେ କାହାକୁ ବିଶ୍ୱାସ କରି ଅର୍ଥ ଲଗାନ୍ତୁ ନାହିଁ। ବର୍ଷ ଶେଷରେ ସତର୍କ ରୁହନ୍ତୁ।
Career & Commercial Analysis: Superb professional avenues open between June and October. Accounting, legal, engineering, and analytical disciplines thrive. Avoid blind trust in unverified commercial partnerships, especially late in the year.
❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)
ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ବର୍ଷର ପ୍ରଥମ ଭାଗରେ ବିବାହ ପ୍ରସ୍ତାବ ସଫଳ ହେବ। ପାରିବାରିକ ସମ୍ପର୍କରେ ଶାନ୍ତି ରହିବ। ତେବେ ବର୍ଷର ଶେଷ ଭାଗରେ ଛୋଟ ମତାନ୍ତରକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ବାକ୍ବିତଣ୍ଡା ଦେଖାଦେଇପାରେ। ପରସ୍ପରର ଭାବନାକୁ ସମ୍ମାନ ଦେଇ ଶାନ୍ତ ରୁହନ୍ତୁ।
Relationship & Matrimonial Outlook: Wedding negotiations finalize smoothly in the earlier months. Family relationships remain serene. The year-end calls for patience against petty disputes; honoring your partner’s emotional perspective resolves friction.
🪔 Astrological Remedies & Worship (ପ୍ରତିକାର)
🌿 ପ୍ରତିକାର ବିଧି: ପ୍ରତିଦିନ ହନୁମାନ ଚାଳିଶା ପାଠ ଓ ପ୍ରତି ସୋମବାର ଓ ସଂକ୍ରାନ୍ତି ଦିନ ଶିବଙ୍କ ପୂଜାର୍ଚ୍ଚନା ନିଷ୍ଠାପରଭାବେ ବିଧିପୂର୍ବକ କରଣୀୟ। ଏହା ସହିତ ବିଷ୍ଣୁ ସହସ୍ରନାମ ପାଠ, ଶନିଶ୍ଚର ମେଳା, ପ୍ରତିଦିନ ଶନିଙ୍କ ବୀଜମନ୍ତ୍ର ଯଥା- "ଓଁ ଶଂ ଶନୈଶ୍ଚରାୟ ନମଃ" ଜପ କରଣୀୟ।
Prescribed Remedy: Chant Hanuman Chalisa daily. Worship Lord Shiva on Mondays and Sankrantis. Recite Vishnu Sahasranama and chant Shani Beeja Mantra: "Om Sham Shanaishcharaya Namaha".