🪐 Planetary Transits 2026 (ଗ୍ରହସ୍ଥିତି)

ବୃହସ୍ପତି ବର୍ଷର ପ୍ରଥମ ୫ ମାସ ଅଶୁଭ ଏବଂ ପରବର୍ତ୍ତୀ ମାସଗୁଡ଼ିକରେ ଶୁଭ। ଶନି ଓ ରାହୁ ଅଶୁଭ ମାତ୍ର କେତୁ ଶୁଭ।
Planetary Summary: Jupiter is unfavorable for the first 5 months, turning highly favorable for the remaining months. Saturn and Rahu are inauspicious, while Ketu is favorable.

🔮 Comprehensive Annual Forecast 2026 (ସମଗ୍ର ବର୍ଷର ରାଶିଫଳ)

ବିଛା ରାଶିର ବ୍ୟକ୍ତିଙ୍କ ନିମନ୍ତେ ଏ ବର୍ଷର ପ୍ରଥମ ୫ ମାସ ଅତି ଅଶୁଭଫଳ ଭୋଗ କରିବେ। ପାରିବାରିକ ସମସ୍ୟା ଲାଗି ରହିବ। ଆର୍ଥିକ କ୍ଷୟକ୍ଷତି, ସମ୍ମାନହାନୀ, ସବୁକାମରେ ବାଧାବିଘ୍ନ ଓ ବିଳମ୍ବିତ ପ୍ରକ୍ରିୟା, ଦେହପୀଡ଼ା, ନିଜ ଲୋକଙ୍କ ସହିତ ମନାନ୍ତର, ମତାନ୍ତର ଓ ଭୁଲ୍ ବୁଝାମଣା, କର୍ମେ ସମସ୍ୟା, ବ୍ୟବସାୟରେ ମାନ୍ଦାଭାବ, ସନ୍ତାନ ଚିନ୍ତା, ଗୃହେ ଅଶାନ୍ତି, କୌଣସି ଭୁଲ୍ ନିଷ୍ପତ୍ତି ଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି, ବିବାହରେ ବିଳମ୍ବ, କର୍ମଚିନ୍ତା, ଚାକିରୀରେ ଅଡୁଆ ପରିସ୍ଥିତି ଆଦି ଅତି ଅଶୁଭଫଳ ଭୋଗକରିବେ। ସମସ୍ୟା ଲାଗି ରହିବ। ଜୁନ୍ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୁଭର ପରିମାଣ ସାମାନ୍ୟ କମ୍ ରହିବ। ବୃହସ୍ପତି ଶୁଭ ସ୍ଥିତିରେ ଥିବାରୁ ଯେତେଯାହା ଅସୁବିଧା ଦେଖାଦେଲେମଧ୍ୟ, ସାଧାରଣ ଜୀବନଚର୍ଯ୍ୟା ବଜାୟ ରହିବ। ଆୟ ବେଶ୍ ଭଲ ରହିବ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ କରିବେ। ବିବାହ ନିମନ୍ତେ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ଗୃହେ ଶୁଭ ମାଙ୍ଗଲ୍ୟକର୍ମ ସମ୍ପାଦନ, ସୁଖସମୃଦ୍ଧି, ବ୍ୟବସାୟରେ ଉନ୍ନତି ଆଦି ଶୁଭଫଳ ମଧ୍ୟ ଭୋଗ କରିବେ। ବିଳମ୍ବେ କାର୍ଯ୍ୟସିଦ୍ଧିଯୋଗ ରହିଅଛି। ମାତ୍ର ବର୍ଷର ଶେଷ ୨ ମାସ ଚିନ୍ତାଜନକ ହୋଇପାରେ। ମହିଳାମାନେ ପାରିବାରିକ ସମସ୍ୟାଦେଇ ଗତି କରିବେ। ବ୍ୟବସାୟରେ ଉତ୍ଥାନପତନ ଦେଖାଦେବ।
English Analysis: For Biccha rashi, the first 5 months require patience against domestic friction, workplace stress, and sluggish business transactions. Mid-year onward, Jupiter’s favorable transit clears pending tasks, aids marriage alliances, and improves cash flow.

🩺 Health & Vitality 2026 (ସ୍ୱାସ୍ଥ୍ୟ ଓ ଆରୋଗ୍ୟ)

ସ୍ୱାସ୍ଥ୍ୟ ବିବରଣୀ: ପ୍ରଥମ ୫ ମାସ ପେଟ ରୋଗ, ଅର୍ଶ, ରକ୍ତଚାପ ଓ ଆକସ୍ମିକ ଆଘାତ ପ୍ରତି ସତର୍କ ରୁହନ୍ତୁ। ଯାନବାହନ ଚାଳନାରେ ସଞ୍ଜମତା ଅବଲମ୍ବନ କରନ୍ତୁ। ଜୁନ୍ ମାସ ପରଠାରୁ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ପୁରୁଣା କ୍ଳେଶ ଦୂର ହେବ।
Health Outlook: Watch for digestive inflammation, hypertension, and minor physical injuries during the first 5 months. Drive carefully. Mid-year onward brings renewed stamina and steady physical rehabilitation.

💼 Business & Career 2026 (ବ୍ୟବସାୟ, ଚାକିରି ଓ କର୍ମକ୍ଷେତ୍ର)

କର୍ମକ୍ଷେତ୍ର ଓ ବ୍ୟବସାୟ: କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରତି ସତର୍କ ରୁହନ୍ତୁ। ଜୁନ୍ ପୂର୍ବରୁ ଚାକିରି ବଦଳାଇବା କିମ୍ବା ବଡ଼ ପୁଞ୍ଜି ବିନିଯୋଗ ଠିକ୍ ହେବ ନାହିଁ। ବର୍ଷର ମଧ୍ୟଭାଗରେ ସରକାରୀ କାମରେ ସଫଳତା, ବ୍ୟବସାୟରେ ଲାଭ ଓ ନୂତନ ଚାକିରି ପ୍ରାପ୍ତିର ଯୋଗ ଅଛି।
Career & Commercial Analysis: Beware of workplace politics early in the year; defer career resignations and capital deployment until mid-year. Thereafter, state contracts, trade recoveries, and job offers manifest reliably.

❤️ Love & Relationship 2026 (ପ୍ରେମ, ବିବାହ ଓ ଦାମ୍ପତ୍ୟ ଜୀବନ)

ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ: ବର୍ଷର ଆରମ୍ଭରେ ସନ୍ଦେହ ଓ କ୍ରୋଧ ଯୋଗୁଁ ପ୍ରେମ ଓ ବୈବାହିକ ସମ୍ପର୍କରେ ତିକ୍ତତା ଆସିପାରେ। ମାତ୍ର ଜୁନ୍ ପରେ ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ ପରିବାରରେ ଶାନ୍ତି ପ୍ରତିଷ୍ଠା ହେବ ଏବଂ ଅବିବାହିତଙ୍କ ପାଇଁ ବିବାହର ଉତ୍ତମ ସୁଯୋଗ ମିଳିବ।
Relationship & Matrimonial Outlook: Keep jealousy and impulsive speech out of relationships in the early months. After June, Jupiter’s benefic aspect restores deep warmth, heals domestic rifts, and accelerates marriage arrangements.
Advertisement

🪔 Astrological Remedies & Worship (ପ୍ରତିକାର)

🌿 ପ୍ରତିକାର ବିଧି: ସୋମବାର ଓ ସଂକ୍ରାନ୍ତି ଦିନ ଶିବଙ୍କର ପୂଜାର୍ଚ୍ଚନା କରଣୀୟ। ହନୁମାନ ଚାଳିଶା ପାଠ, ଶିବ ଓ ଶନି ଚାଳିଶା ପାଠ, ତ୍ରିନାଥ ମେଳା ଏବଂ ଶ୍ରୀ ଗଣେଶଙ୍କ ସିଦ୍ଧିବିନାୟକ ମନ୍ତ୍ରପାଠ କରିବା ସହିତ ଜଗନ୍ନାଥ ସ୍ତୁତି ପାଠ କରଣୀୟ।
Prescribed Remedy: Perform Shiva Puja on Mondays and Sankrantis. Recite Hanuman Chalisa, Shiva Chalisa, and Shani Chalisa. Participate in Trinatha Mela and chant Siddhivinayak Ganesha Mantra.